ବାସ୍ତୁ (ନିବାସ ସ୍ଥାନ) ର ପ୍ରଭାବ ସର୍ବଦା ସେଠାରେ ବାସ କରୁଥିବା ସମସ୍ତଙ୍କ ଉପରେ ପଡିଥାଏ । ଏହା ଗର୍ଭୀର ଓ ଗମ୍ଭିର ହୋଇଥାଏ ଏଣୁ ଏଥିରୁ ଉତ୍ପନ୍ନ ଅଶୁଭଫଳ ମୋଚନ କରି ସୁଫଳ ଲାଭ ପାଇଁ ଆମର ଏହି ପ୍ରଯତ୍ନ ମୃର୍ତ୍ତିକା ପରୀକ୍ଷଣ , ସ୍ଥିତ ଗୃହର ଦିଗଭାଗ, ଦ୍ୱାର, ଶିଢୀ, ଦେବଗୃହ, ପାକଶାଳା, ପାଇଖାନା, ଶୟନଗୃହ ଭୋଜନଗୃହାଦିର ବିନ୍ୟାସ, ସନ୍ନିକଟ ବୃକ୍ଷ, ଉଚ୍ଚ ନିଚ୍ଚ ସ୍ଥାନାଦି ର ପ୍ରଭାବ ମଧ୍ୟ ସୁଖ ଦୁଃଖର କାରଣ ହୋଇଥାଏ । ଏହି ସମସ୍ତ ଫୁଖାନୁଫୁଖ ବିବେଚନା ସହିତ ସୁନ୍ଦର ସୁଖମୟ ଓ କଲ୍ୟାଣପ୍ରଦ ବାସଗୃହ, ବାଣିଜ୍ୟଗୃହ, କାର୍ଯ୍ୟାଳୟ, ଦେବମନ୍ଦିର, ଅଟ୍ଟାଳିକା ଓ ଅନ୍ୟ।ନ୍ୟ ନିର୍ମାଣ ର ପରାମର୍ଶ ଦିଆଯାଇଥାଏ । ମୃର୍ତ୍ତିକା ପରୀକ୍ଷା ପାଇଁ ମୃର୍ତ୍ତିକା ସଂଗ୍ରହର ସଠିକ ସମୟ ତାରିଖ, ସ୍ଥାନ ଏବଂ ଗୃହ କର୍ତ୍ତାଙ୍କ ରାଶି ଜଣାଇବା ଆବଶ୍ୟକ । ପୂରାତନ ଗୃହର ଅବସ୍ଥିତି ଏବଂ ପ୍ରସ୍ଥାବିତ ନୂତନ ଗୃହର ଭୂମିର ଦୈର୍ଘ୍ୟ, ପ୍ରସ୍ଥ, ରାସ୍ତାର ଅବସ୍ଥିତି ଓ ଆବଶ୍ୟକୀୟ ଗୃହର ପୂର୍ଣ୍ଣାଙ୍ଗ ବିବରଣୀ ଜଣାଇବା ଆବଶ୍ୟକ ।
ନୂତନ ଗୃହ କରିବା ପୂର୍ବରୁ ମୂର୍ତ୍ତିକା ପରୀକ୍ଷାକରିବାକୁ ଚାହୁଁ ଥିଲେ ସ୍ଥାନର ମଧ୍ୟ ଭାଗରୁ ୬ଇଞ୍ଚ (ଏକ ଚାଖଣ୍ଡ ) ଗାତକରି ଗାତରୁ ୧ମୁଠା (ପ୍ରାୟ ୫୦ଗ୍ରାମ ) ମାଟି ସଂଗ୍ରହ କରିବେ ,ସଂଗ୍ରହର ସମୟ ,ତାରିଖ ଓ ସ୍ଥାନ ଜଣାଇବା ସହ ମୂର୍ତ୍ତିକାକୁ ଉତ୍ତମ ରୂପେ ଆବଦ୍ଧ କରି ଆଣିବେ I ମୂର୍ତ୍ତିକା ସଂଗ୍ରହ ସମୟ ରେ କିଛି ଅଘଟଣ ଘଟିଲେ ବା ଆକସ୍ମିକ କୌଣସି ଶବ୍ଦ କ୍ରନ୍ଦନନାଦି ଶୁଣିଲେ ଜଣାଇବେ I ନୂତନ ଗୃହ କରିବା ପାଇଁ ବନ୍ଧ ପତ୍ର ନିର୍ମାଣ କରିବାକୁ ଚାହୁଁ ଥିଲେ ଉଦ୍ଧିଷ୍ଟ ଭୂମିର ୪ଦିଗର ଦେର୍ଘ୍ୟ,ପ୍ରସ୍ଥ ,ରାସ୍ତା ର ଦିଗ ,କର୍ତ୍ତାଙ୍କର ରାଶି ନକ୍ଷତ୍ର ଓ ଚାହୁଁଥିବା ଗୃହର ରୈଖିକ ଚିତ୍ର ପ୍ରଦାନ କରିବା ଆବଶ୍ୟକ I ସ୍ଥିତି ଗୃହର ମୂର୍ତ୍ତିକା ପରୀକ୍ଷା କରିବା କୁ ଚାହୁଁଥିଲେ ସ୍ଥିତଗୃହର ମଧ୍ୟ ଭାଗରୁ ପକାଘର ଥିଲେ ଗୃହର ସମୁଖରୁ କିମ୍ବା ଗୃହକୁ ଓଳାଇ(ଝାଡୁ କରି ) ୧୦ଗ୍ରାମ୍ ପୂର୍ବୋକ୍ତ ମୂର୍ତ୍ତିକା ସଂଗ୍ରହ ନିୟମ ଅନୁଯାଇ ସଂଗ୍ରହ କରି ଆଣି ମୂର୍ତ୍ତିକା ପରୀକ୍ଷା କରିପାରିବେ I
For Soil Examination / ମାଟି ପରୀକ୍ଷା : Rs. 500
For Gruha Bandha : Rs. 500
For Vastu Sodhana : Rs. 500
For Vastu Questions: Rs. 500
For Vastu Visit: Rs. 11,000
For RTGS, IMPS and NEFT Payments
Name: Bayunandan Mishra
Bank : Central Bank of India
Branch: Bhadreswar
Account No: 2134187980
IFSC Code: Cbin0282455
Google Pay & Phone Pay No: 9437064130