ପ୍ରତିକାର

ଜନ୍ମ କୁଣ୍ଡଳୀର ସମସ୍ୟା ସମାଧାନର ନିମନ୍ତେ ବୈଦିକ ବ୍ୟବସ୍ଥାରେ ଗ୍ରହ ପୂଜା ,ଗ୍ରହଶାନ୍ତି ହୋମ ,ଗ୍ରହମାନଙ୍କର ଇଷ୍ଠ ଦେବୀ ଦେବା ପୂଜନ ,ସ୍ତବସ୍ତୋତ୍ର ପଠନ କବଚ ଓ ଯନ୍ତ୍ର ଧାରଣା ,ଗ୍ରହ ରତ୍ନ  ପରିଧାନ ,ଚେରମୂଳି ଧାରଣ,ଗ୍ରହ ଔଷଧୀ ଭକ୍ଷଣ ,ସର୍ବୋଷଧୀ ସ୍ନାନ ,ବ୍ରାହ୍ମଣ ସନ୍ୟାସୀ ଙ୍କୁ ଦାନ ,ପଶୁପକ୍ଷୀ ଙ୍କୁ ଭୋଜନ ଦାନ ଓ ସମାଜ ମଙ୍ଗଳ କର୍ମାଦିର  ପରାମର୍ଶ ଦିଆଯାଏ  I  ଆପଣ ନିଜର ବିଶ୍ଵସ୍ଥ ବ୍ୟକ୍ତିଙ୍କ ଦ୍ୱାରା ଏହା କରାଇ ପାରିବେ ଆବଶ୍ୟକ ମନେକରୁଥିଲେ ଆମେ ମଧ୍ୟ ଆପଣକୁ ଏଥିରେ ସହଯୋଗ କରିପାରିବୁ I ମୁସଲମାନ ,ଖୀଷ୍ଟ୍ରିୟାନ ଓ ବୌଦ୍ଧ ଧର୍ମାବଲମ୍ବି ମାନଙ୍କ ପାଇଁ ସେମାନଙ୍କର ଧର୍ମମତାନୁସାରେ ପ୍ରତିକାର ବ୍ୟବସ୍ଥା ବତାଇ ଦିଆଯାଏ

ହିନ୍ଦୁ ଧର୍ମର ଶାସ୍ତ୍ର ଅନୁସାରେ ବ୍ୟକ୍ତିର ସ୍ଵଭାବ ଓ ବ୍ୟକ୍ତିତ୍ୱରେ ପରିବର୍ତ୍ତନ, ତାର ରାଶି ଏବଂ ଗ୍ରହନକ୍ଷେତ୍ରଙ୍କ ପରିବର୍ତ୍ତନ ଯୋଗୁଁ ହୋଇଥାଏ । ଗ୍ରହନକ୍ଷେତ୍ରଙ୍କ ସ୍ଥାନ ପରିବର୍ତ୍ତନ ଫଳରେ ବ୍ୟକ୍ତିର ଭଲ କିମ୍ବା ଖରାପ ସମୟ ଆରମ୍ଭ ହୋଇଥାଏ । ହିନ୍ଦୁ ଧର୍ମର ଶାସ୍ତ୍ର ଅନୁସାରେ କୁଣ୍ଡଳୀ ଓ ରାଶିର ବହୁତ ମାନ୍ୟତା ରହିଛି । ଯଦି କୌଣସି ବ୍ୟକ୍ତିର ସମୟ ଖରାପ ଚାଲିଥାଏ; ତେବେ ତାର କୁଣ୍ଡଳୀ ଓ ରାଶି ଅନୁସାରେ ସେହି ବ୍ୟକ୍ତିକୁ ରତ୍ନ ଧାରଣ କରିବା ପାଇଁ ପରାମର୍ଶ ଦିଆଯାଇଥାଏ । କହିବାକୁ ଗଲେ ରତ୍ନ ଦେଖିବା ପାଇଁ ଏକ ସାଧାରଣ ପଥର ହୋଇଥାଏ କିନ୍ତୁ ଏହାର ମହତ୍ତ୍ୱ ବୁଝିବା ସମସ୍ତଙ୍କ ପକ୍ଷେ ସମ୍ଭବ ହୋଇ ନ ଥାଏ । ଅଶୁଭ ଗ୍ରହ ଚଳନରୁ ମୁକ୍ତି ପାଇବା ପାଇଁ ରତ୍ନ ଧାରଣ କରିଦେଲେ ଖରାପ ସମୟରୁ ମୁକ୍ତି ମିଳି ଯାଇଥାଏ । କିନ୍ତୁ କେଉଁ ଆଙ୍ଗୁଠି ଓ କେଉଁ ସମୟରେ ରତ୍ନ ପିନ୍ଧିଲେ ଅଧିକ ଶୁଭ ହୋଇଥାଏ ସେସବୁ ବିସଦଭାବରେ ଜ୍ଯୋତିଷ ଶାସ୍ତ୍ରରେ ଉଲ୍ଲେଖ ଅଛି।

ଯେଉଁ ମାନଙ୍କ *ସିଂହ* ରାଶି କିମ୍ବା ଜନ୍ମ କୁଣ୍ଡଳୀରେ ସୂର୍ଯ୍ୟଗ୍ରହ ଦୃବଳ ହୋଇଥିଲେ , ନିଜର ଅନାମିକା ଆଙ୍ଗୁଠି (Ring Finger)ରେ *ମାଣିକ୍ୟ* ରତ୍ନ ଧାରଣ କରିବା ଉଚିତ୍ । ଏହାକୁ ଆପଣ ସୂର୍ଯ୍ୟୋଦୟ ପୂର୍ବରୁ ଧାରଣ କଲେ ଶୁଭଫଳ ମିଳିଥାଏ । ରବିବାର ଦିନ ଏହି ରତ୍ନ ଧାରଣ କରିବାଦ୍ବାରା  ଶୁଭଫଳ ମିଳିଥାଏ ।

ଯେଉଁ ବ୍ୟକ୍ତିଙ୍କ *କର୍କଟରାଶି* କିମ୍ବା  ଜନ୍ମକୁଣ୍ଡଳୀରେ ଚନ୍ଦ୍ର ଦୃବଳ ସ୍ଥିତିରେଥାଏ; ସେହି ବ୍ୟକ୍ତିମାନେ *ମୋତି* ଧାରଣ କରିବା ଉଚିତ୍ । ଏହି ରତ୍ନକୁ ଆପଣଙ୍କ ନିଜର କନିଷ୍ଠ ଆଙ୍ଗୁଠିରେ ପିନ୍ଧିବାଉଚିତ୍ ।ଏହି ରତ୍ନକୁ ଆପଣ ସୋମବାର ଦିନ ସନ୍ଧ୍ୟାରେ ପିନ୍ଧିଲେ ଶୁଭଫଳ ମିଳିଥାଏ ।

ଯେଉଁ ବ୍ୟକ୍ତି ମାନଙ୍କର *ମେଷ* ଓ *ବିଛାରାଶି* କିମ୍ବା କୁଣ୍ଡଳିରେ  ମଙ୍ଗଳଦୋଷ ଥାଏ; ସେହି ବ୍ୟକ୍ତିମାନେ *ଲାଲପ୍ରବାଳ* ରତ୍ନ ପିନ୍ଧିଲେ ଶୁଭଫଳ ମିଳିଥାଏ । ନିଜର ଅନାମିକା ଆଙ୍ଗୁଠି (Ring Finger)ରେ ଲାଲପ୍ରବାଳ ରତ୍ନ ଧାରଣ କରିବା ଉଚିତ୍ ହେବ । ଏହି ରତ୍ନକୁ ଆପଣ ମଙ୍ଗଳବାର ଦିନ ସନ୍ଧ୍ୟାରେ ଧାରଣ କରିବା ଉଚିତ୍ ।

 *ମିଥୁନ ଓ କନ୍ୟା* ରାଶିର ବ୍ୟକ୍ତିମାନେ  ଓ କୁଣ୍ଡଳିରେ ବୁଧ ଦୋଷ ଭୋଗୁଥିବା  ବ୍ୟକ୍ତିମାନେ *ପାନ୍ନା* (ମର୍କତମଣି) ରତ୍ନ ଧାରଣ କରିବା ଉଚିତ୍ । ଏହି ରତ୍ନକୁ ଧାରଣ କରିବାର ଉଚିତ୍ ସମୟ ହେଉଛି, ବୁଧବାର ମଧ୍ୟାହ୍ନ ୧୨ଟାରୁ ୨ଟା ମଧ୍ୟରେ । ହାତର କନିଷ୍ଠା ଆଙ୍ଗୁଠିରେ ଏହି ରତ୍ନ ଧାରଣ କରିବା ଉଚିତ୍ ।

ଯେଉଁ ବ୍ୟକ୍ତିମାନଙ୍କର *ଧନୁ ଓ ମୀନ* ରାଶି କିମ୍ବା କୁଣ୍ଡଳୀରେ ବୃହସ୍ପତି ଦୋଷ ରହିଛି; ସେମାନଙ୍କୁ *ପୀତପୁଷ୍ପରାଗ* ରତ୍ନ ଧାରଣ କରିବା ଉଚିତ୍ ହେବ । ଗୁରୁବାର ଦିନ ସକାଳ ୧୦ଟାରୁ ୧୨ଟା ମଧ୍ୟରେ ନିଜର ତର୍ଜନୀ ଆଙ୍ଗୁଠିରେ ଏହି ରତ୍ନ ଧାରଣ କଲେ ଶୁଭଫଳ ପ୍ରାପ୍ତି ହୋଇଥାଏ ।

ଯେଉଁ ବ୍ୟକ୍ତିମାନଙ୍କ *ବୃଷ ଓ ତୁଳା* ରାଶି କିମ୍ବା ଶୁକ୍ର ଦୃବଳ ବା ଦୋଷଯୁକ୍ତ; ସେହି ବ୍ୟକ୍ତିମାନେ ଶୁକ୍ରବାର ଦିନ ସକାଳ ୧୦ଟାରୁ ୧୨ଟା ମଧ୍ୟରେ ନିଜର ମଧ୍ୟମା ଆଙ୍ଗୁଠିରେ *ହୀରା ବା ଶ୍ବେତପୁଷ୍ପରାଗ* ରତ୍ନ ଧାରଣ କରିବା ଉଚିତ୍ ହେବ ।

ଯେଉଁ ବ୍ୟକ୍ତିମାନଙ୍କର *ମକରକୁମ୍ଭ* ରାଶି କିମ୍ବା କୁଣ୍ଡଳୀରେ ଶନି ଦୋଷଯୁକ୍ତ ହୋଇଥାନ୍ତି; ସେମାନଙ୍କୁ ଇନ୍ଦ୍ରନୀଳମଣୀ ରତ୍ନ ଧାରଣ କରିବା ଉଚିତ୍ ହେବ । *ଇନ୍ଦ୍ରନୀଳମଣୀ* ରତ୍ନ ଶନିଙ୍କୁ ଶାନ୍ତ କରିବାରେ ସାହାଯ୍ୟ କରିଥାଏ ଏବଂ ଏହାକୁ ଆପଣ ଶନିବାର ଦିନ ମଧ୍ୟମା ଆଙ୍ଗୁଠିରେ ଧାରଣ କରିପାରିବେ ।

 *ରାହୁଗ୍ରହ* ଦୋଷଯୁକ୍ତ ହୋଇଥିଲେ ବା ରାହୁ ଦଶାଅର୍ନ୍ତଦଶାରେ ସେମାନଙ୍କୁ ବୁଧବାର ଦିନ  ନିଜର ମଧ୍ୟମା ଆଙ୍ଗୁଠିରେ *ଗୋମେଦ* ରତ୍ନ ଧାରଣ କରିବା ଫଳରେ ଶୁଭ ହୋଇଥାଏ

 *କେତୁଗ୍ରହ* ଦୋଷଥିଲେ ବା ଦଶାଅର୍ନ୍ତଦଶାରେ  *ବୈଦୁର୍ଯ୍ୟମଣୀ* ଗୁରୁବାରଦିନ ଅନାମିକା ଆଙ୍ଗୁଠିରେ ଧାରଣକଲେ ଶୁଭଫଳ ମିଳିଥାଏ।