ଜ୍ୟୋତିଷ,ବାସ୍ତୁ,ଯୋଗ,ଆୟୁର୍ବେଦ,
ଏହି ସଂସ୍ଥା ୧୯୭୭ ମସିହା ମହାବିଷୁବ ସଂକ୍ରାନ୍ତି ରୁ ଜନ୍ମ ନେଇ ଏପର୍ଯ୍ୟନ୍ତ ଆଗେଇ ଚାଲିଛି I ଜ୍ୟୋତିର୍ବିଦ୍ ପଣ୍ଡିତ ଡଃ କରୁଣାକର ମିଶ୍ର ଏହାକୁ ଆରମ୍ଭ କରି ଏଥିରେ ବୈଦିକ ଜ୍ୟୋତିର୍ବିଜ୍ଞାନର ହୋରା ,ସିଦ୍ଧାନ୍ତ ଓ ସଂହିତା ସହିତ ବାସ୍ତୁଶାସ୍ତ୍ର ସମ୍ଭନ୍ଧୀୟ ଗଭୀରତତ୍ୱ ଉପରେ ଗବେଷଣା ଆରମ୍ବ କରିଥିଲେ I ଭାରତୀୟ ବୈଦିକ ଜ୍ୟୋତିର୍ବିଜ୍ଞାନ ସହିତ ବନବାସୀ ସମାଜରେ ପ୍ରଚଳିତ ଜ୍ୟୋତିଷତତ୍ୱ ,ଚୈନ ଦେଶରେ ପ୍ରଚଳିତ ଜ୍ୟୋତିବିଜ୍ଞାନ ,ଯବନ ମାନଙ୍କ ଜ୍ୟୋତିଷତତ୍ୱ, ପ୍ରାଚୀନ ଗ୍ରୀକ ଜ୍ୟୋତିଷ ସହିତ ପ୍ରାଚ୍ୟ ପାଶ୍ଚାତ୍ୟ ଜ୍ୟୋତିଶାସ୍ତ୍ର ମାନକ ଉପରେ ଗବେଷଣା କରି ସାର ସିଦ୍ଧ୍ୟାନ୍ତ ତତ୍ୱମାନ ସଂଗ୍ରହ କରି ଜନକଲ୍ୟାଣ ଉଦେଶ୍ୟରେ ଏହାକୁ ପ୍ରସାର ପ୍ରଚାର କରିଥିଲେ I ତାଙ୍କରି ମାର୍ଗ ଦର୍ଶନରେ ଏ ପର୍ଯ୍ୟନ୍ତ ଏହି ସଂସ୍ଥା ଆଗେଇ ଚାଲିଛି I ବାହ୍ୟ ଲବ୍ଧପ୍ରତିଷ୍ଠ ଅଭିଜ୍ଞ ଜ୍ୟୋତିର୍ବିଦ ମାନଙ୍କ ପ୍ରତ୍ୟକ୍ଷ ଓ ପରୋକ୍ଷ ସମ୍ପୃକ୍ତି ଏହାକୁ ପୃଷ୍ଠ କରୁଅଛି ।
ଏହି ସଂସ୍ଥା ତରଫରୁ ବାର୍ଷିକ ମହାବୀର ପଞ୍ଜିକା ପ୍ରକାଶନ , ତ୍ରୈମାସିକ ଅଦୃଶ୍ୟ ଶକ୍ତି ପତ୍ରିକା ପ୍ରକାଶନ ଓ ଗବେଷଣାଲବ୍ଧ ତତ୍ୱ ସମ୍ବଳିତ ଅନେକ ପୁସ୍ତକ ପ୍ରକାଶନ କରାଯାଉଛି I
ଏଥି ସହିତ ବାର୍ଷିକ ଜ୍ୟୋତିବିଜ୍ଞାନୀ ସମ୍ମିଳନୀ ବିଷୁବ ମିଳନ ଓ ମହାଯଜ୍ଞାନୁଷ୍ଠାନ କରାଯାଉଛି I ଜ୍ୟୋତିବିଜ୍ଞାନ ସହିତ ପଞ୍ଚଭୂତ ତତ୍ୱ ଉପରେ ଗବେଷଣା କରାଯାଇ ପ୍ରାକୃତିକ ଚିକିତ୍ସା,ଯୋଗ ପ୍ରାଣାୟାମ ମାଧ୍ୟମରେ ରୋଗରୁ ମୁକ୍ତି ଓ ବିବିଧ କର୍ମଶାଳା ଅନୁଷ୍ଠିତ ହେଉଛି I ଭାରତୀୟ ଓ ବୈଦେଶିକ ଗୁପ୍ତ ବିଦ୍ୟା ମାନଙ୍କ ଉପରେ ଗବେଷଣା ଅବିରତ ଜାରି ରହିଛି I